ଶଶିମୁଖୀ ଚଉତିଶା

ଶଶିମୁଖୀ ଚଉତିଶା

ଶ୍ରୀ ଗୋପାଳ ଦାଶ

 

(ରାଗ-କାମୋଦୀ)

କ୍ରୀଡ଼ା ଜଗତୀ ପରେ      କମଳମୁଖୀ ଘେନି

କଉତୁକେ କହନ୍ତି ହରି

କ୍ରୀଡ଼ା କରୀନ୍ଦ୍ର ଗତି            କୁନ୍ଦ ସୁନ୍ଦର ଦନ୍ତୀ

ଶୁଣରେ ପ୍ରାଣମନୋହାରୀ ।

ରେ ଶଶିମୁଖୀ !

କୁମାରୀ କାଳୁ ତୋତେ ଦେଖି !

କେତେ ହୁଅଇ ମନ ସୁଖୀ

କହିବା ବିଚାରିଲେ            ସରି ଜାଣିବି କାହିଁ

ଶୁଣରେ କଳାକରମୁଖୀ ।୧।

 

ଖଞ୍ଜନନୟନୀ ତୋ      କୋଣେ ଖେଳିବା ଆଖି

କୋଳେ କୋମଳ ରଙ୍ଗ ଦିଶେ

କ୍ଷଣେ ନେତ୍ର ପଡ଼ିଲେ      ନଷଣ କି ଛାଡ଼ଇ

ଚିନ୍ତିଲେ ବିବେକ ବିନାଶେ ।

ରେ ଶଶିମୁଖୀ !

ଖେଳାଇ ଖଞ୍ଜନ ନୟନ

ଖବର କରେ ବିଲୋକନ

ଖଣ୍ଡନେ ସୁଖାରଙ୍କୁ      ସେବା କରିବ ଫଳୁ

ସେ ଘେନି ତୋ ଏ ଦରଶନରେ ।୨।

 

ଗୁଣମଣି ଗଉରୀ            ହର ଗଉରୀ ପ୍ରିୟା

ବହୁତ କାଳ ତୋତେ ସେବି

ଗଳାର ହାର ଗଣ୍ଠି            ରତନ ପ୍ରାଣ କରି

ତୋତେ ମୁଁ ପାଇଲି ସୁନ୍ଦରୀ ।

ରେ ଶଶିମୁଖୀ !

ଗନ୍ଧର୍ବ ସଞ୍ଜାତ ସୁକେଶୀ

ଗୁରୁତର କୋମଳ ରାଶି

ଗହନ ସମୀପକୁ            ଅନାଇ କହିବାକୁ

ସମ ନୋହେ ରମ୍ଭା ଉର୍ବଶୀରେ ।୩।

 

ଘଟଣମୁଖୀ ଦିନେ            ପୁର ଦ୍ୱାର ସୋପାନେ

ଏକାନ୍ତେ ଉଭା ହୋଇଥିଲୁ,

ଘଞ୍ଚ ଅଙ୍ଗୁଳି ଛନ୍ତି            ଅଳସ ବଶେ ବେନି

ଭୁଜ ଉପରକୁ ଟେକିଲୁ

ରେ ଶଶିମୁଖୀ !

ଘଟଣ ଦିଶେ ବକ୍ଷସ୍ଥଳ

ଘନ ନିର୍ଲୋମ ସମାଂସଳ

ଘୋର ଚିକ୍‌କଣ ଗାର      ତିନି ଗୋଟି ସୁନ୍ଦର

କୋମଳ ମୃଦୁଳ ପୃଥୁଳରେ ।୪।

 

ନଭେ ପଡ଼ିବା କ୍ଷଣେ      ନତନୁ ବାଣ ଗଣେ

ହୃଦରେ କରେ କଣ କଣ

ନତନୁ ମନ୍ଦିର ହିଁ            ଏହି ପ୍ରକାର ଶୋଭା

ଏ କଥା କଲେ ସୁମରଣ

ରେ ଶଶିମୁଖୀ !

ନ ଥିବ ତୋହ ସମଭାବେ

ନିଶ୍ଚେ ବିଚାରୁ ଥିଲେ ପୂର୍ବେ

ନାରୀ ନୋହିବ ଆଉ      ସମସ୍ତ ଗୁଣେ ଶୋଭା

ଅନୁଭବେ ଜାଣିଲି ଏବେ ରେ ।୫।

 

ଚନ୍ଦ୍ରବଦନା ଏହା            ଶୁଣି ବେଳେ ହସିଲା

ସଙ୍କୋଚ ଜଳରେ ବୁଡ଼ିଲା

ଚଞ୍ଚଳ ନେତ୍ର କୋଣେ      ଅଳପ ଅକାରଣେ

ଚନ୍ଦ୍ର ବଦନ ତଳ କଲା

ରେ ଶଶିମୁଖୀ !

ଚାରୁ ଲପନ ଟେକି ଚାହଁ

ଚଟୁଳ ମନ୍ଦ ହସି କହ

ଚନ୍ଦ୍ରବଦନ ଏତେ            ମାତର ନୁଆଁଇବା

କେବେହେଁ ସହୁନାହିଁ ଦେହରେ ।୬।

 

ଛିନ୍ନଉଦରୀ ତୋହୋ      ଛିନ୍ନ ଏ କଟିତଟ

ପୃଥୁଳ ନିତମ୍ବ ସୁଶ୍ରେଣୀ

ଛତି ମଣ୍ଡଳେ ଆଉ            ଠାୟେ ନିକି... ଥିବି

ଏମନ୍ତ କଳିଣ ସୁଘଣି

ରେ ଶଶିମୁଖୀ !

ଛାଡ଼ିଲା ମନରୁ ବିରସ

ଛେମେଲ ଫାଲି ତୋର ସଙ୍ଗ

ଛଇଳ ମୋହିନୀ କି            ଅନବରତେ ଚିନ୍ତି

ଛିନ୍ନ କରୁ ଥାଇ ତା ଅଙ୍ଗରେ ।୭।

 

ଯୁବା ମୋହିନୀ ଯୁବା      ବୟସେ ବଶା ପାଇଁ

ଦିନ ଦିନକୁ ତୋ ପ୍ରତିଭା,

ଯେତେ ଯେତେ ପ୍ରକାରେ      ବିଚାରି କହିଲେ ତା

ବର୍ଣ୍ଣନା ନ ଯାଇ ତୋହର,

ରେ ଶଶିମୁଖୀ !

ଜଗତ ମଣ୍ଡଳ ତୋ କୁଚ

କେଡ଼େ ବର୍ତ୍ତୃଳ କେଡ଼େ ଉଚ୍ଚ

ଯେମନ୍ତେ ଉଚ୍ଚ ସେହି      ସେହି ପ୍ରକାରେ କଠିନକୁ

ବଳଇ.... ଘଞ୍ଚରେ ।୮।

 

ଝୁରୁ ଥାଇ ଯେ ବସି            ଦିବସେ ବସି ବସି

ନୟନେ ନିଦ୍ରା ନ ମାଡ଼ଇ

ଝୀନବସନୀ ମତ            ମନ୍ଥର ଗତି ଚାଲି

ପୟୋଧରକୁ ଅନାଇଲେ

ରେ ଶଶିମୁଖୀ !

ଝଳି ଅଧର ମନ୍ଦ ହାସ

ଝରଇ ମଦନ ପୀୟୂଷ

ଝିମଟେ ଅନାଇଲେ            କୋଟି ନିଧି ପ୍ରାପତ

ଜୀବନେ ଲଭଇ ହରଷ ।୯।

 

ନ ଥାଇ ଦେହେ ପ୍ରାଣ      ନିମିଷେ ନ ଦେଖିଲେ

ଦମ ଦମ ହୁଅଇ ହିଆ

ନାଗର ରତନ ମୁଁ            ଅଧିକ କି କହିବି

ନୟନେ ହୋଇ ଥାଇ ଲିହା

ରେ ଶଶିମୁଖୀ !

ନ ପାଇ ତୋତେ ଯେବେ ମୁହିଁ

ନିମିଷେ ହେଜି ଅନ୍ତ କାହିଁ

ନାଶ ମୋର ଦେଖିଲେ      ତାପ କରନ୍ତୁ ପରା

ଶରଦ ସୁଧାକରମୁହୀଁ ।୧୦।

 

ଟେକି ଥାଇ ମୁଁ ତୋହ-      ଠାରେ ମୋ ବଡ଼ ଆଶା

ତୁ ନୀଳମଣି ଥିଲୁ ସଖୀ ।

ଟେରା ଯେ ନେତ୍ର ମୋହ      ଚାହିଁଲେ ମୋହ ଯାଇ

ଏହି ସୁଦୟା ଥିଲି ଦେଖି ।

ରେ ଶଶିମୁଖୀ !

ଟାଣ କଜ୍ଜ୍ୱଳ ଲାଞ୍ଜି ତୋର,

ଟାଳଇ ସବୁ ଦମ୍ଭ ମୋର ।

ଟିକାଏ ନ ଦେଖିଲେ      ମଦନ ଜ୍ୱର ବଶେ

ହୃଦୟ ହୁଅଇ କାତର ରେ ।୧୧।

 

ଠାକୁର ଶ୍ରୀ ଚରଣେ            ଏହା ଜଣାଇ ଥାଇ

ଘନସ୍ତନୀ କି ମୋତେ ଦେବ ।

ଠଣ ଦଶନୀ ବିନୁ            ଏ ଦେହରେ ଜୀବନ

କେବେହେଁ ଦଣ୍ଡେ ନ ରହିବ ।

ରେ ଶଶିମୁଖୀ !

ଠିକେ ଶ୍ରୀଜଗନ୍ନାଥ ତୋତେ,

ଠାଠିକ କରିଦେଲେ ମୋତେ ।

ଠାକୁରାଣୀ ମୁଁ ତୋତେ            ଏତେ ଜଣାଇ ଅଛି

ସ୍ନେହ ନ ଛାଡ଼ିବୁଟି ମୋତେ ରେ ।୧୨।

 

(ରାଗ-କାଳୀ)

ଡାଳିମ୍ବ ବୀଜ ଦଶରୀ

ପ୍ରିୟା ବାରେ ଦେଖାଅ ମୁଖ ।

ଡିଙ୍ଗର କାମ ନାନା ପ୍ରକାରେ

କେତେ ଦେଉଛି ଦୁଃଖ ।

ଡୋଳା ପ୍ରତିମା କୁଞ୍ଜରଗାମୀ

ତୋ ବିନୁ ଦହେ ଶଶୀ ।

ଡର ମାଡ଼ୁଛି ଦିବସ ଗଲେ

ପୁଣ ହୋଇବ ନିଶି ।୧୩।

ଢାଳିଛି ଚିତ୍ତ ତୋ ତହିଁ

ତୋହ ବିହୁନେ ନାହିଁ ଆନ ।

ଢମକୁ କହୁନାହିଁ କରୁଛି

ଅନବରତେ ଧ୍ୟାନ ।

ଢାଳେ ମଦନ ବ୍ରାହ୍ମଣ ହାତେ

କରିବି ପ୍ରାଣ ଦାନ ।

ଢଳ ହଳ ମୁକୁତା ଦଶନୀ

କର ତୁ ଅବଧାନ ।୧୪।

ଏ ବିନୟ କିଏ ବାରତା

ଦୂତୀ ହାତରେ ଦେଲି ।

ଏଣୁ ଏ ପ୍ରତି ଉତ୍ତର ଆଉ

ଏଥକୁ ନ ପାଇଲି ।

ୟେ କଞ୍ଜମୁଖୀ କାହିଁକି

ମୋତେ ଏଡ଼େ ନିରାଶ କଲୁ

ଅଣ ହେଳାରେ ପୁରୁଷ ବଧ

ମନରେ ନ ଘେନିଲୁ ।୧୫।

ତୋ ବିନୁ ନିକି ମୁଁ ପ୍ରାଣ

ରଖିଥିବିରେ ପ୍ରାଣ ପ୍ରିୟା,

ତରଳତର ଲୋଚନୀ ତୋର

ଏଡ଼େ କଠିନ ହିଆ ।

ତରସ୍ତ ମୁଁ ଯେ ହେଉଛି

ଏବେ କୁଚକୁ ଚାହିଁ ତୋର

ତେବେ କାତର ଏବେ

ହେଉନା ଲିତାଏ ନାହିଁ ମୋର ।୧୬।

ଥୋଇଥିବି ମୁଁ ତୁ

ଦୟିତରେ ଆଖି ମଧୁରେ ଭରି ।

ଥିବି ତୋହର ମନରେ ମୁହିଁ

ଏତେ ମାଗଇ ଗୋରୀ ।

ଥାଣୁ ପ୍ରସନ୍ନ ହୋଇବେ ମୋତେ

ଥିବୁ ତୁ ସ୍ନେହ କରି ।

ଥିବ ଏ କଥା ସମସ୍ତ ଦିନେ

ଏହା କରିବେ ହରି ।୧୭।

ଦୟାନାଶିନୀ ମୋହର ତୋହେ

ବିହୀନେ ଦୁଃଖ ଯେତେ ।

ଦଣ୍ଡ ଦଣ୍ଡକେ ଯେତେ

ଦୁଃସହ ତାହା କହିବି କେତେ ।

ଦୁଃଖନାଶିନୀ ଏ ଦୁଃଖ

ଘେନି ୟେବେ ହେ ଦୟାକର ।

ଦଶନ ଘାତ ଅଧରେ ଦେଇ

ମଦନ ଦୁଃଖ ହର ।୧୮।

ଧୀରଗମନୀ ଧରଣୀ ତଳ

ମଣ୍ଡଳ ବିମୋହିନୀ ।

ଧରୁଛି କର ହସି ଅନାଅ

ମୋତି ଫଳଦଶନୀ ।

ଧରନା ମୋତେ ଲାଜ ତୁ

ଥାଉ ଲାଜରେ ନାହିଁ କାର୍ଯ୍ୟ ।

ଧ୍ରୁବ ଏ ନିଶ୍ଚେ ନାରୀମାନଙ୍କୁ

ବହୁ ମଣ୍ଡଳ ଲାଜ ।୧୯।

ନାଗରୀମଣି ମୋହ ନିମିତ୍ତେ

ଦୁଃଖ ଯେ ଆଉ ପାଇ ।

ନେତ୍ର ପିତୁଳି ମୋହ ଠାରେ

ଯେ ମନ ବୁଦ୍ଧି ହରାଇ ।

ନିରାଶ କାମ ରାଜନ ଦୁଃଖ

ଯେ ଦେଇଥିବ ତୋତେ ।

ନିଶ୍ଚେ ଏମନ୍ତ କଥା ପରତେ

ହେଉଁ ନାହିଁ ଯେ ମୋତେ ।୨୦।

ପଦ୍ମ ଲୋଚନୀ ପ୍ରସନ୍ନେ ଦିନେ

ଦେଲୁ ତୁ ମୋତେ ଚାହିଁ ।

ପ୍ରଳମ୍ବ ତୋତେ କଲି ଯେ

ପ୍ରିୟା ମନେ ଅଛି କି ନାହିଁ ।

ପୁରାଣ କଥା ପୁଣି ସୁନ୍ଦରୀ

ହସି ପୋତିଲୁ ମଥା ।

ପଲ୍ଲବୀ ଅଧରରେ ରଖିଲୁ

କହି ଆଣିମା କଥା ।୨୧।

ଫୁରୁଣା ହୋଇ ବୋଇଲି

କହ କହରେ କୃଶୋଦରୀ ।

ଫୁଲ୍ଲେନ୍ଦୀବର ନୟନୀ

ନବ ଚମ୍ପକ ଦାମ ଗୋରୀ ।

ପାଇଁ କାଳରୁ କାହାକୁ

ପୁଣି ଆଶ ବଢ଼ାଇ ଥାଇ ।

ଫଳିଲେ ଫଳ ବହୁତ

ପରିପାକେ ତାହାକୁ ପାଇ ।୨୨।

ବିଧୁବଦନୀ ତୁ ଯାହା

ଗଣ୍ଡେ ଦେବୁରେ ଚୁମ୍ବ ଦାନ

ବିମଳ ଭୂବିମୋହନୀ

ବାରେ ଦେବୁ ଅଧର ପାନ ।

ବହୁ ଜନ୍ମର ତପର ଫଳ

ଭୋଗ ହୋଇବ ତାର ।

ବସନ୍ତ ପିକ ବଚନୀ ଏହୁ

ନିଅ ତନୁ ବିଚାର ।୨୩।

ଭାବିନୀ ତୋହ ମୁଖକୁ

ଅନବରତେ ଥିବି ଚାହିଁ ।

ଭୋ ପ୍ରାଣ ସହୀ ! ଏ କଥା

ବିନୁ ଆଗ ମାଖରୁ ନାହିଁ ।

ଭାବରେ ଭଜି ଭୁଜରେ ଭିଡ଼ି

ଭାଙ୍ଗ ମଦନ ଟାଣ ।

ଭ୍ରୂଲତା ଟେକିଲେ ହେଁ

ଭାଙ୍ଗିବ ଦୁଷ୍ଟ କୁସୁମ ବାଣ ।୨୪।

 

(ରାଗ-କଲ୍ୟାଣ ଆହାରୀ)

ମନ୍ଦ କରମ ବରାକ୍ଷି ମୋତିବର

ଦଶନୀ ପ୍ରିୟା ତୁଙ୍ଗସ୍ତନ ।

ମଣୁଛି ମନେ ହେମ ଗିରିବର

ତୋ କୁଚକୁ ନୁହେ ସମାନ ।

ମହିଳା ମାଡ଼ି ବସିଛି ଭୁଜମୂଳ ।

ସୁନାର ସୂତାକୁ ମଧ୍ୟ ଠାବ

ନାହିଁ ଏମନ୍ତ ଗହନ ପୃଥୁଳ ।୨୫।

ଜୀବନ ସଫଳ ହୋଇଲା ସଜନୀ;

ଦେହେ ଲାଗିଲା ଏହି ସ୍ତନ

ଯାବକ ଜୀବକୁ ଭୟ ପାସୋରିଲା

ଏବେ କି କରିବ ମଦନ,

ଜଳଜନୟନୀ ଯାହାକୁ ପ୍ରସନ୍ନ

ଜୀବନ ଯିବାଯାଏ ଆଉ ଭୋଗିବାକୁ

କରି କାରଣେ ଦେବ ମନ ।୨୬।

ରମଣୀ ରତନ ଚୁମ୍ବ କରି

ତୋତେ କେଣେ କରିଥିବି ମଣ୍ଡନ,

ରତ୍ନମାଳି କରି ଖଣ୍ଡେ

ଖଞ୍ଜିଥିବି କରିଥିବି ହୃଦେ ଚନ୍ଦନ ।

ରଖିବି ତିଳକ କରି ଲଲାଟରେ,

ରଖିଥିବି କଥା ଦାସ ପ୍ରାୟ

ହୋଇ ସେବିଥିବି ତୋର ପାଶରେ ।୨୭।

ଲାବଣ୍ୟ ଲପନୀ ଅଳପ

ହସିବାବେଳେ ଯେ ସୁନ୍ଦର ଅଧର,

ଲଳିତ ଅଙ୍ଗ ଯେ ଦିଶଇ

ଅନାଇ ଧଇର୍ଯ୍ୟଧରୁ କାହା ଛାର ।

ଲୋଭ ଯେ ଦେଖିଲେ କରିବ ଅମର,

ଲାଗି ଭେଳିକି ମୂରୁଛି ନ

ପାରିବେ ନର ଛାର କେତେ ମାତର ।୨୮।

ବିଧୁବଦନୀ ! ମୁଁ ଏତେ

ମାଗୁଅଛି ତୁ ନ ଚାହିଁବୁ ମନ୍ଦ ହସି,

ବିଧାତା ସଂସାରସାର ଶିରୀକରି

ତୋତେ ଗଢ଼ିଲାରେ ସୁକେଶୀ ।

ବାଳାରେ ! ତୁ ଅବା ବାରେ ଅନାଇଁ

ବିଷମ ବିଶିଖ ସାତକାଣ୍ଡ

ମୁଖୁଁ ଆଉ ତୁ ନ ପାରିବୁ ଜୀଇ ।୨୯।

ସଘନ ଜଘନ ସୁନ୍ଦର ଦିଶଇ

ସରା ଶାଢ଼ୀ ବେଶ ବଶରେ

ସ୍ୱରୂପେ ଉପମା ଦେବାକୁ

ଏ ମୋର ବର୍ଣ୍ଣି ନୋହଇ ବଚନରେ ।

ସୁନ୍ଦରୀ ସରାଶାଢ଼ୀରେ କ୍ଷୀଣ କଟି ।

ସଜାଡ଼ି ଭିଡ଼ି ବାନ୍ଧିବା

ଅନାଇଲେ କାମ ପକାଇ ଦିଅ କାଟି ।୩୦।

ସମକେ କରିବ ତୋ କୋଣ

ଚାହେଣୀ ତୋ କାମ କୋଟି ଜାଣ,

ସୁମୁଖେ ଚାହିଁଲେ କୋଟି କୋଟି

ସୁଧା ବୃଷ୍ଟି କରିବ ସୁରରାଣ ।

ସୁନ୍ଦରୀ ! ସପତବାର ଦାହ ସୁନା ।

ସୁନ୍ଦର କାନ୍ତି ସମଅର୍ଥ ନିମିତ୍ତେ

ଧାତା ଯୋଡ଼ିଲା ବ୍ୟର୍ଥ ସିନା ।୩୧।

ସରୁବାସ ଅଙ୍କେ ଚାରୁ ପୟୋଧର

ଦେଖିଲେ ବଡ଼ ଦିଶଇ

ସମ୍ମୁଖେ ଉପମା ଦେବାକୁ ସେ

ଶୋଭା ବଚନେ ବାହାର ନୁହଇ,

ସଖୀରେ, ସାନ ଗୋଟି କେରା ତୋହର

ସମସ୍ତ ଅପମାନେ ଶୋଭା

ଦିଶିଲେ ସଂସାର ଭିତରୁ ବାହାର ।୩୨।

ହରିଣ ନୟନୀ କାନ୍ତ ଚାଟୂ

ଶୁଣି ହରଷେ କଲା ଆଲିଙ୍ଗନ,

ହସ୍ତରେ ଚିବୁକ ଧରି ରସେ

ମଜ୍ଜି ଅଧରେ ଦେଲାକ ଚୁମ୍ବନ ।

ହର କି ଗଉରୀ ଅଙ୍ଗରେ ଧଇଲେ ।

ହଜଇ ହୃଦୟ ସମସ୍ତ ଗିଆନ

ଖାସା ଆଲିଙ୍ଗନ ଗାଇଲେ ।୩୩।

କ୍ଷମେ ଏ ଚଉତିଶା ଗୀତ

ଭଣିଲେ ନନ୍ଦ ମୁକୁନ୍ଦ ନିଶାକର,

କ୍ଷମାସୀନ ପୁରୁଷୋତ୍ତମ ମଙ୍ଗଳା

ତା ପ୍ରିୟ ବତୀର କୁମାର,

କ୍ଷମେଣ ଗୋପାଳ ନାମେ ମହାକ୍ଷତ୍ରୀ

କ୍ଷୁଆ କାଳୁ କୁଅଁର ଚାରୁ

ବଦନ୍ତି ସୁଖେ ୟେହୁ ଗୀତ ଭଣନ୍ତି ।୩୪।